Scpdraem ମନରେ ଆତ୍ମବିଶ୍ବାସ ଥିଲେ ସ୍ଵପ୍ନ ବି ସାକାର ହବ Get link Facebook X Pinterest Email Other Apps February 27, 2021 Get link Facebook X Pinterest Email Other Apps Comments Scpdraem (Subash Chandra patra)February 27, 2021 at 6:48 AMସୁନ୍ଦର ସ୍ଵପ୍ନ କୁ ସାକାର କରିବା ମୋର ଲକ୍ଷ୍ୟReplyDeleteRepliesReplyAdd commentLoad more... Post a Comment
#ସ୍ୱlଧିନତା ପ୍ରତିଭା...... ପ୍ରତିଭା..... କିଛି ଜବାବ୍ ନମିଳିବାରୁ ରାଗରେ ଡାଇନିଂ ଟେବୁଲ୍ ଉପରେ କାଚ ଗ୍ଲାସ୍ ଟା କଚି ଦେଲେ ରାୟ ବାବୁ।କାଚ ର ଝଣ୍ ଝଣ୍ ଶବ୍ଦ ରେ ରୋଷେଇ ଘରୁ ହାତରେ ଜଳଖିଆ ପ୍ଲେଟ୍ ଧରି ଦଉଡି ଆସିଲା ଚକରା। ଟେବୁଲ୍ ଉପରେ ଖାଇବା ପ୍ଲେଟ୍ ଟା ରଖି ଦେଇ ନତ ମତସ୍କ ହୋଇ ଛିଡା ହେବା ଦେଖି ଚିଡି ଉଠି ରାୟ ବାବୁ କହିଲେ - ଆରେ ତୁ ଖାଇବା ଆଣିଲୁ ମାଆ କୁଆଡେ ଗଲେ ? ଆଜ୍ଞା,ମାଆ ସକାଳୁ ସକାଳୁ କୁଆଡେ ବାହାରି ଗଲେ। ଆପଣଙ୍କ ଖାଇବା ରେଡି କରି ଡାଇନିଂ ରେ ପରସି ଦେବା ପାଇଁ ମୋତେ କହି ଯାଇଥିଲେ।ଚକରା କଥାରେ କ୍ଷଣିକ ପାଇଁ ସ୍ତବ୍ଧ ହେଇଗଲେ ରାୟ ବାବୁ। ବାହାଘର ର ୧୭ ବର୍ଷ ମଧ୍ୟରେ ଆଜି ପ୍ରଥମ ଥର ଏ ବ୍ୟତିକ୍ରମ। ଯେତେବେଳେ ଯାହା କହିଛନ୍ତି, ଯାହା କରିଛନ୍ତି ଛୋଟ ଛୁଆ ଟିଏ ପରି ଚୁପଚାପ୍ ସବୁ କଛି ମାନି ନେଇଛନ୍ତି ପ୍ରତିଭା। ଏମିତି କି ଅଫିସ ର ଟେନସନରେ ହେଉ ବା କାମର ଚାପରେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ ବେଳେ ବେଳେ ସେସବୁ ରାଗ ସେ ପ୍ରତିଭା ଉପରେ ଅଜାଡି ଦେବାକୁ କେବେ ସେ କୁଣ୍ଠାବୋଧ କରି ନାହାନ୍ତି।ଏଇତ କାଲି ଡାଇନିଂ ଟେବୁଲ୍ ରେ ଖାଇବା ବଢ଼ା ହୋଇ ନ ଥିବା ଦେଖି ରାଗରେ ଉଠି ଗଲାବେଳେ ତର ତର ହୋଇ ପ୍ରତିଭା ଗରମ୍ ଗରମ୍ ଉପମା ତରକାରୀ ଆଣି ଖାଇ ଦେଇ ଯିବାକୁ ବାଧ୍ୟ କଲା ବେଳେ ରାୟ ବାବୁ ରାଗରେ ନିଜର ହିତାହିତ ଜ୍ଞାନ ହରାଇ ତରକାରୀ ପ୍ଲେଟ୍ ଟା କୁ ପ୍ରତିଭା ଙ୍କ ମୁହଁ ଉପରକୁ ଛିଞ୍ଚାଡି ଦେଇ କ୍ଷିପ୍ର ଗତିରେ ଘରୁ ବାହାରି ଗଲେ। ସାମାନ୍ୟ ବିଳମ୍ବ ପାଇଁ ତାଙ୍କ ରୋଷ ର ଶିକାର ହେଲେ ପ୍ରତିଭା । ହେଲେ ସନ୍ଧ୍ୟାରେ ଘରକୁ ଆସିଲା ପରେ ସବୁଦିନ ଭଳି ନର୍ମାଲ ଥିଲେ ସେ। ସବୁ ଥର ପରି ସକାଳ ର କଥା ହୁଏତ ସେ ଭୁଲି ଯାଇଥିଲେ। ବିନା ଅନୁମତିରେ ଯିଏ ପାଦ ଉଠାଏନି କି ପଦୁଟିଏ କଥା ପାଇଁ ପାଟି ଖୋଲେ ନାହିଁ ସେ ଆଜି କିଛି ନ ଜଣାଇ କୁଆଡେ ଯାଇପାରେ ? ରାୟ ବାବୁ ଙ୍କ ମନ ଭିତରଟା ଟିକେ ଦବିଗଲା ଭଳି ଲାଗୁଥିଲା। କାଲିର ଘଟଣା ପାଇଁ ପ୍ରତିଭା ଆଉ କିଛି ପଦକ୍ଷେପ ନେଇ ନାହାନ୍ତି ତ ? ହଁ ମାନୁଛି ସେ ଉଚ୍ଚ ଶିକ୍ଷିତା , ହେଲେ ଭାରି ସରଳ,ସଂସ୍କାରୀ ନିଜ ଉପରେ ଯେତେ ଅନ୍ୟାୟ, ଅବିଚାର ହେଲେ ସୁଦ୍ଧା ସେ ମୁହଁ ଖୋଲି କେବେ ଜବାବ୍ ଦେବା ଶିଖି ନାହାଁନ୍ତି। ପରିବାର ର ସମସ୍ତ ଦାୟିତ୍ବ କୁ ସୁଚାରୁରୂପେ ତୁଲାଇଥିଲେ ବି ଅନେକ ଥର ବିନା କାରଣରେ ତାଙ୍କୁ ଦୋଷୀ ସଜାଇ ଦେଇଛି। ଛୁଆ ମାନଙ୍କ ର ଭୁଲ୍ କୁ ତାଙ୍କ ଉପରେ ଲଦି ଦେଲା ବେଳେ ସେ ପ୍ରତ୍ୟେକ ଥର ନିରୁତ୍ତର ରହିଛନ୍ତି। ହେଲେ ଆଜି ଅଚାନକ ତାଙ୍କର କ'ଣ ହୋଇଥାଇ ପାରେ ? ଏମିତି ଅସରନ୍ତି ପ୍ରଶ୍ନ ରେ ଛନ୍ଦି ହୋଇପଡିଥିବା ରାୟ ବାବୁଙ୍କ ଭାବନା କୁ ଭଙ୍ଗ କରି କଲିଂ ବେଲ୍ ଟା ବାଜି ଉଠେ କିଂ.... କିଂ..... କିଛି କହିବା ପୂର୍ବରୁ ଦୁଇ ଚାରି ଜଣ ସ୍ତ୍ରୀ ଲୋକଙ୍କ ସହିତ ଘର ଭିତରକୁ ଆସନ୍ତି ପ୍ରତିଭା।ରାୟ ବାବୁଙ୍କୁ ଦେଖି କି ନ ଦେଖି ବାର ଅଭିନୟ କରି ସିଧା ଡ୍ରଇଂ ରୁମ ଆଡକୁ ଯାଆନ୍ତି। ତାଙ୍କର ଏମିତି ପରିବର୍ତ୍ତନ କୁ ଲକ୍ଷ୍ୟ କରୁଥାନ୍ତି ରାୟ ବାବୁ। ଆଉ ସବୁଠୁ ବେଶୀ ଆଶ୍ଚର୍ଯ୍ୟ ହେଉଥାନ୍ତି ଅଚାନକ ବଦଳି ଯାଇଥିବା ତାଙ୍କ ଅଦ୍ଭୁତ ଚାଲି ଚଳଣିରେ। କ'ଣ ଚାଲିଛି ଜାଣିବା ପାଇଁ ସେ ଯେତେବେଳେ ରଘୁଆ ଦ୍ଵାରା ପ୍ରତିଭା ଙ୍କୁ ଡକାଇ ପଠାଇଲେ ରଘୁଆ ଠାରୁ ଉତ୍ତର ଶୁଣି ସେ ଥମ୍ ହୋଇ ବସି ପଡିଲେ। କଥା କ'ଣ କି ରଘୁଆର ଉତ୍ତର ଥିଲା ଏମିତି - ଆଜ୍ଞା ମାଆ କହିଲେ ସେ ଏବେ ବ୍ୟସ୍ତ ଅଛନ୍ତି। ସମୟ ବାହାର କରି ଯଦି ଫ୍ରି ହେବେ ତେବେ ନିଶ୍ଚିତ ଆପଣଙ୍କୁ ଦେଖା କରିବେ। ସେ ଆଉ ଅଫିସ ଯିବେ କ'ଣ ବେଳକୁ ବେଳ ତାଙ୍କ ମନଟା ଭାରାକ୍ରାନ୍ତ ହୋଇ ଉଠୁଥିଲା।ସେ ଉଠୁଥିଲେ ବସୁଥଲେ ଏବଂ ଡାଇନିଂ ହଲର ଚତୁଃପାର୍ଶ୍ଵରେ ପଦାଚାରଣ କରିବାରେ ଲାଗିଥିଲେ। ଦିନେ ବାହାର ର ଆଲୋକ ଦେଖି ନ ଥିବା ପଚାଶ ପଦରେ ପଦେ କହୁ ନ ଥିବା ସ୍ତ୍ରୀ ଆଜି ଘରୁ ଗୋଡ଼ କାଢି ବାହାରକୁ ଗଲା ପରେ କହୁଛି କ'ଣ ନା ସମୟ ହେଲେ ମୋତେ ଦେଖା କରିବ ଯିଏ ଦିନେ ତା'ର ସମସ୍ତ ସମୟ କୁ ମୋ ନାଁ ରେ ଉତ୍ସର୍ଗ କରି ଦେଇଥିଲା। ଯିଏ ଦିନେ ମୋ ରାଗ ଆଗରେ ଛିଡା ହେବାକୁ ସାହସ କରି ନ ଥିଲା !! ଆଜି ଯାଏଁ ଯିଏ ମୋ'ର ଗୋଟାଏ ଡାକରେ ଝାଳ ନାଳ ହୋଇ ହାଜର ହେଉଥିଲା !! ତା'ର ଅଚାନକ ଏପରି ପରିବର୍ତ୍ତନ ରେ ଟିକେ ଘାବରେଇ ଯାଇ ଥିଲେ ରାୟ ବାବୁ ! ପଛ ପଟୁ ପ୍ରତିଭା ଙ୍କ ଆଵାଜ୍ ରେ ସେ ଚମକି ପଡି ବୁଲି ଚାହିଁଲା ବେଳକୁ ପ୍ରତିଭା ଙ୍କ ଠାଣି ଥିଲା ସମ୍ପୂର୍ଣ୍ଣ ଭିନ୍ନ। ସେ କହିଲେ - କ'ଣ ହେଲା ମୋତେ ଡାକୁଥିଲ ? ରାୟ ବାବୁ ନିଜର ଘବରାହଟ୍ କୁ ଲୁଚାଇବାକୁ ଯାଇ ଉଚ୍ଚ ସ୍ୱରରେ କହିଲେ - କ'ଣ ଏସବୁ ଚାଲିଛି ? ବସ୍ତିର ସେ ସ୍ତ୍ରୀ ଲୋକ ଗୁଡାଙ୍କ ସହିତ ତୁମର କ'ଣ ସମ୍ପର୍କ ? ମୋର ପରମିଶନ୍ ବିନା ତୁମେ କେମିତି ଘରୁ ଗୋଡ଼ କାଢି ବାହାରକୁ ଯାଇ ପାରିଲ ? ତୁମେ ଜାଣିନ ମୋତେ ବିଳମ୍ବତା ପସନ୍ଦ ନାହିଁଁ? ଏତେ ପ୍ରଶ୍ନ ପଚାରି ଦେଇ ଅତି ଗାମ୍ଭିର୍ଯ୍ୟ ଭାବେ ପ୍ରତିଭାଙ୍କୁ ଚାହିଁ ରହିଲେ ରାୟ ବାବୁ ! ଧୀର ଓ ଶାନ୍ତ ଭାବରେ ମୁହଁରେ ସ୍ମିତ ହାସ୍ୟ ଖେଳାଇ ଦେଇ କହିଲେ - ହଁ, ତୁମ ସମୟାନୁବର୍ତ୍ତୀତା ସମ୍ପର୍କରେ ମୋ ଠୁ ଅଧିକା ଆଉ କିଏ ଜାଣିବ ? ହେଇ , ଦେଖ ମୋ ମୁହଁକୁ ଚାହଁ ତୁମ ସମୟାନୁବର୍ତ୍ତୀତା ର ଚିହ୍ନ 🤕 ଡହ ଡହ ତରକାରୀ ରେ ଫୋଟକା କୁ ଟିକେ ଭଲ କରି ପରଖି ନିଅ ! କାଲି ମୋର ସାମାନ୍ୟ ବିଳମ୍ବ ପାଇଁ ଭୋଗିଥିବା ଦଣ୍ଡ ର ପରିଣାମ ସ୍ବରୂପ ମୋତେ ଆଜି ଏକ ନୂତନ ପଥ ଦେଖାଇଛି। ଆଉ ଆଜି ଠାରୁ ମୁଁ ସ୍ୱାବଲମ୍ବୀ ହେବା ସହ ନିର୍ଯ୍ୟାତିତ ଗରିବ ମହିଳାଙ୍କ ଉନ୍ନତି ପାଇଁ ଏକ ସଂଘ ଗଠନ କରୁଛି । ଯେଉଁଥିରେ ମହିଳା ଟି ନିଜେ ଆତ୍ମ ନିର୍ଭରଶୀଳ ହେବା ସହିତ ନିଜ ପରିବାରରେ ଅବହେଳିତ, ନିଷ୍ପେସିତ ଅବସ୍ଥାରେ ନିଜ ଜୀବନ କାଟୁଥିବା ପରିସ୍ଥିତିରୁ ନିଜକୁ ମୁକୁଳେଇ ପାରିବ। ମୁଁ ଆଜି ତୁମ ର ସମସ୍ତ ରାଗ ଆଦେଶ, ନିର୍ଦ୍ଦେଶ କୁ ନିଜର ସ୍ତ୍ରୀ ଧର୍ମ ଭାବି ମଥାନତ କରି ଆସିଥିଲି କିନ୍ତୁ କାଲି ଯେତେବେଳେ ମୋ'ର କର୍ତ୍ତବ୍ୟ ତୁମ ଅମାନବୀୟ ମାନସିକତା ର ପରିଚୟ ଦେଲା ସେତେବେଳେ ମୁଁ ଅନୁଭବ କଲି ମୋ ସ୍ୱାଭିମାନ ର, ମୋ ସ୍ୱାଧୀନତା ର......ଆଉ ତା ପରେ ଏମିତି ନିଷ୍ପେସିତ ନାରୀ ମାନଙ୍କୁ ରୋଜଗାରକ୍ଷ କରାଇ ସମ୍ମାନ ର ସହିତ ବଞ୍ଚିବାର ରାହା ଦେଖାଇବା ପାଇଁ ପଣ କଲି ।ଏ ସମାଜରେ ନାରୀ, ପୁରୁଷ ଉଭୟଙ୍କର ସ୍ୱାଧୀନତା ଅଛି। ପରସ୍ପରର ସ୍ୱାଭିମାନ ନେଇ ବଞ୍ଚିବାର ଅଧିକାର ଅଛି। ତେଣୁ ଅବହେଳିତ ସମସ୍ତ ନାରୀ ଙ୍କ କଥା ଚିନ୍ତା କରି ମୁଁ ଆଜି ଠାରୁ ନାରୀ ଉନ୍ନତିକରଣରେ ନିଜକୁ ସାମିଲ କଲି। ଏବଂ ଯେଉଁଠି ନାରୀ ଟିଏ ଆତ୍ମନିର୍ଭର ହେବା ସହିତ ସ୍ୱାମୀ, ପରିବାର ବା ଅନ୍ୟ ମାନଙ୍କ ଉପରେ ବୋଝ ନହୋଇ ସ୍ଵାଧୀନ ଭାବରେ ନିଜର ଜୀବନ ଜୀବିକା ନିର୍ବାହ କରିପାରିବ। ହଁ ଆଉ ଗୋଟେ କଥା ଏଥିରେ ମୁଁ ତୁମର ଅନୁମତି ଆଣିବାକୁ ଆବଶ୍ୟକ ମନେ କଲି ନାହିଁ। କାହିଁକି ନା ନାରୀ ଓ ପରୁଷ ନିର୍ବିଶେଷରେ ସ୍ୱାଧିନତା ହେଉଛି ସମସ୍ତଙ୍କର ଜନ୍ମ ଗତ ଅଧିକାର......ଆଉ ମୁଁ ନିଷ୍ପତି ନେଇଛି ଆଜି ଠାରୁ ମୁଁ ସ୍ୱାଭିମାନ ର ସହିତ ନିଜର ସ୍ୱାଧିନତା ରେ ଜୀଇଁବି.....ରାୟ ବାବୁ, ବାକ୍ୟ ଶୂନ୍ୟ ହୋଇ ପ୍ରତିଭା ଙ୍କର ଅନର୍ଗଳ ସମ୍ଭାଷଣ ରେ ତାଙ୍କୁ ଅବାକ୍ ହୋଇ ଚାହିଁ ରହିଥିଲେ..... - ସୁବାଷ ଚନ୍ଦ୍ର ପାତ୍ର February 28, 2021 Read more
ଜୀବନର ପ୍ରତ୍ୟେକ କର୍ମ କୁ ମନୋଭାବ ଦେଇ କର୍ମ କଲେ ନିଶ୍ଚିତ ସଫଳତାର ସିର୍ସରେ ପହଞ୍ଚିବେ February 27, 2021 Read more
ସୁନ୍ଦର ସ୍ଵପ୍ନ କୁ ସାକାର କରିବା ମୋର ଲକ୍ଷ୍ୟ
ReplyDelete